ଯଦି ଆପଣଙ୍କ ଏକ ଆର_ଓ ଜଳ ବିଶୋଧନ ଯନ୍ତ୍ର କିଣିବାକୁ ମନସ୍ଥ କରିଛନ୍ତି ତେବେ କିଣିବା ଆଗରୁ ଏହି ଛୋଟ ଲେଖାଟି ପଢ଼ନ୍ତୁ ଯାହାକି ଏକ ସୁରକ୍ଷିତ ବିଶୋଧନ କାରି ଯନ୍ତ୍ର କିଣିବାରେ ଆପଣଙ୍କୁ ସହାୟକ ହେବ।
ଟିଭି ରେ ବିଜ୍ଞାପନ ର ଅତ୍ୟଧିକ ପ୍ରଚାର ଆମକୁ ଅଧିର କରିଦେଉଛି ଏକ RO water purifier ପାଇଁ। ସତରେ ଏହାର ଆବଶ୍ୟକତା କେତେ ଓ କେଉଁଟି ନେଲେ ଆପଣଙ୍କ ସ୍ବାସ୍ଥ୍ୟ ଭଲ ରହିବ ତାହା ପାଇଁ ତ ଏଇ ଆମ ଲେଖାଟି। ଲେଖାଟି ପଢିଲା ପରେ ଆପଣ ଜାଣିପାରିବେ ଅଧିକାଂଶ କ୍ଷେତ୍ରରେ ଆପଣ ଏକ ଭୁଲ ନିଷ୍ପତି ନେଉଛନ୍ତି RO purifier କିଣି।
ସଂକ୍ଷେପରେ ସୂଚନା
- RO water purifiers କୁ ଅତ୍ୟଧିକ ଗାଢ଼ତା ପାଣିକୁ ବିଶୋଧନ ପାଇଁ ବ୍ୟବହାର କରାଯାଏ ଯଥା ସମୁଦ୍ର ପାଣି, ଗାଢ଼ ଭୂତଳ ପାଣି। ଯେଉଁଠାରେ କି ଅନ୍ୟ କୌଣସି ଉପାୟ ନଥାଏ ଅତ୍ୟଧିକ ମାତ୍ରାରେ ମିଶ୍ରିତ ପଦାର୍ଥକୁ ଅଲଗା କରିବା ପାଇଁ।
- ପରିତାପର ବିଷୟ ଏହା ଯେ ଆମେ ଅଜାଣତରେ ସବୁ ପାଣି କୁ RO ରେ ବିଶୋଧନ କରିବାକୁ ଇଚ୍ଛା କରୁଛେ ଯାହାଦ୍ଵାରା କି ଆବଶ୍ୟକ ପରିମାଣର ମିନେରାଲ ଆମକୁ ମିଳି ପାରିବ ନାହିଁ। କାରଣ RO ସବୁକିଛି ଫିଲ୍ଟର୍ କରିଦିଏ।
- ତେଣୁ ଏକ TDS( ଟୋଟାଲ ଡିଜଲ୍ଭଡ ସଲିଡ୍ସ) ମାପକ ଯନ୍ତ୍ର କ୍ରୟ କରି ଆପଣଙ୍କ କୂଅ, ନଳକୂଅ, ପାଇପ, ପାଣିକୁ ଭଲକରି ମାପି ଦେଖନ୍ତୁ ଏହା ୧୫୦- ୪୦୦ ମଧ୍ୟରେ ଦେଖାଇଲେ ଆପଣଙ୍କ ପାଣି ଭଲ। ୬୦୦ ରୁ ଅଧିକ ଥିଲେ ଆପଣ RO ବ୍ୟବହାର କରିପାରିବେ। ନଚେତ୍ RO ର କୌଣସି ଆବଶ୍ୟକତା ନାହିଁ।
- ଆମେ ଜୀବନ୍ତ ଓ ଯେହେତୁ RO ଫିଲ୍ଟର ସବୁ ମିନେରାଲ କୁ ବିଶୋଧିତ କରିଦିଏ ପାଣିରୁ ତେଣୁ ଏହା ଆମ ପାଇଁ କ୍ଷତିକାରକ।
- ସବୁଦିନ RO ପାଣି ପିଇଲେ ଏହା ଆମ ଶରୀର ପ୍ରତି କ୍ଷତିକାରକ ସତର୍କ ସୂଚନା ଦେଇଛନ୍ତି WHO (ୱାଲ୍ଡ ହେଲଥ ଅର୍ଗାନାଇଯେସନ) ।
ବର୍ତ୍ତମାନ ଆମେ ସମସ୍ତ ମିନେରାଲ କୁ ମିଶାଇ ପରିବା ନାହିଁ RO ପାଣିକୁ ମିନେରାଲ ଯୁକ୍ତ ପାଣିରେ ପରିଣତ କରିବା ପାଇଁ । ତେଣୁ RO ଫିଲ୍ଟର ଛଡା ଅନ୍ୟ କୌଣସି ବିକଳ୍ପ ମାଧ୍ୟମରେ ଜଳକୁ ପିଇବା ଯୁକ୍ତ କରନ୍ତୁ।